ନୀଳଗିରିରେ ୬ ମାସର ଶିଶୁ ପୁତ୍ର କରୋନା ପଜିଟିଭ
ନୀଳଗିରି, (ଓଡିଶା ଟାଇମ୍) :ନୀଳଗିରି ଅଞ୍ଚଳରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରେ ଏକ ୬ ମାସର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି।
ତେବେ ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୬ମାସର ଶିଶୁପୁତ୍ର ଅସୁସ୍ଥ ହୋଇଥିଲା । ଯାହାପରେ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ପରେ ସେଠାରୁ ଫେରିଥିଲେ, କିନ୍ତୁ ଘରେ ଜ୍ଵର ଲାଗିରହିଥିଲା । ଶିଶୁର ଜ୍ଵର ନଛାଡିବାରୁ ପୁଣି ବାଲେଶ୍ଵର ନିଆଯାଇଥିଲା । ସେଠାର ଶିଶୁର ରକ୍ତ ନମୁନା ପରୀକ୍ଷା କରାଯିବା ପରେ, ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି ।
ସେହିପରି ପୂର୍ବରୁ ନୀଳଗିରିରେ ପ୍ରଥମ କରୋନା ରୋଗୀ ଭାବେ ଧରମପୁର ପଞ୍ଚାୟତ ରିଗିଡି ଗାଁର ଅଢେଇ ବର୍ଷର ଶିଶୁପୁତ୍ର କରୋନା ଆକ୍ରାନ୍ତ ହୋଇଥିଲେ।