Skip to content
ଭୁବନେଶ୍ୱର,(ଓଡଶା ଟାଇମ୍) : ଆଜି ପବିତ୍ର ଶୀତଳ ଷଷ୍ଠୀ । ଦେବ ଦେବ ମହାଦେବଙ୍କ ବିବାହ । ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସାରା ରାଜ୍ୟ । ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ । ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ ।
ସମ୍ବଲପୁରରେ ଗତକାଲି ଦେବ ନିମନ୍ତ୍ରଣ ପର୍ବ ଶେଷ ହୋଇଛି । ବିବାହ ପାଇଁ ଚାଲିଛି ପ୍ରସ୍ତୁତି । ଲିଙ୍ଗରାଜରେ ସାମାଜିକ ଦୂରତା ସହ ଓ ପରମ୍ପରା ମୁତାବକ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୀତଳ ଷଷ୍ଠୀ ପ୍ରଥାନୁସାରେ, ଠାକୁର ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରେଶ୍ୱର ମନ୍ଦିରକୁ ଯିବେ । ଏଥିପାଇଁ ଗତକାଲି ମଙ୍ଗନ ତିଥି ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ମଙ୍ଗନ ଅବସରରେ ଗତକାଲି ସନ୍ଧ୍ୟାରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି । ଆଜି ସେମାନଙ୍କ ଉପସ୍ଥିତିରେ ଶିବ-ପାର୍ବତୀଙ୍କ ଶୁଭ ବିବାହ ଅନୁଷ୍ଠିତ ହେବ ।