କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ

କଟକ, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କଟକ ସ୍ଥିତ ଶିଶୁଭବନ ଆଉଟଡୋର ବନ୍ଦ ହୋଇଛି । ଗତକାଲି ଶିଶୁଭବନରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଆଉଟଡୋର ବନ୍ଦ ରହିବାକୁ କୁହାଯାଇଛି । ଏନେଇ ଶିଶୁଭବନ ଅଧ୍ୟକ୍ଷ ସରୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ଗତକାଲି କଟକ ସହରରୁ ଆଉ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ  କଟକ ଶିଶୁ ଭାବନ ରୁ ଜଣେ ଶିଶୁ ଥିବାବେଳେ ଏସସିବି ମେଡିକାଲରୁ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Leave a Reply

Your email address will not be published.