ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, କୋଭିଡ କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବେ ପର୍ଯ୍ୟଟକ
ବାରିପଦା, (ଓଡିଶା ଟାଇମ୍) : ପର୍ଯ୍ୟଟକଙ୍କ ପାଇଁ ରବିବାରଠୁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ମହାମାରୀ କରୋନା ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା। ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କୁ ଶିମିଳିପାଳ ବୁଲିବା ପାଇଁ ଅନୁମତି ମିଳିଛି। ଏଣିକି ପର୍ଯ୍ୟଟକମାନେ କୋଭିଡ କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ନେଇପାରିବେ। ଏ ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସେହିଭଳି ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ଯାତ୍ରା ସମୟରେ ପର୍ଯ୍ୟଟକମାନେ କୋଭିଡ୍ କଟକଣାକୁ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି।











