ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ

ମୁମ୍ବାଇ, (ଓଡିଶା ଟାଇମ୍): ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେତ ସକାଳ ପ୍ରର୍ୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦ୍‌ଘାତ ହୋଇଥିବା କହିଥିଲେ।

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ବିଗ୍‌ ବସ୍‌ ସିଜିନ୍‌ ୧୩ର ସେ ବିଜେତା ମଧ୍ୟ ହୋଇଥିଲେ। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଏକ ବଡ ଝଟ୍‌କା ଦେଇଛି। ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ବିଗ୍‌ ବସ୍‌ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ଦିନକୁ ଦନ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍‌ ବୟସରେ ହଠାତ୍‌ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍‌ଙ୍କୁ ସ୍ତବ୍ଧ କରିଦେଇଛି।

‘ବାଳିକା ବଧୂ’ ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିଥିବା ସିଦ୍ଧାର୍ଥ ‘ହମ୍ପଟି ଶର୍ମାକି ଦୁଲହନିଆଁ’ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ‘ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩’ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ।

Leave a Reply

Your email address will not be published.