ନକଲି ମେଡିସିନ କାରବାରର ମୁଖ୍ୟ କାର୍ପଟଦାର ଶିବ ଜେନା ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍): ନକଲି ମେଡିସିନ କାରବାରର ମୁଖ୍ୟ ଶିବ ଜେନା ଗିରଫ । ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବୁଧବାର ଶିବ ଜେନାଙ୍କ ପତ୍ନୀ ଓ ତାଙ୍କର ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ ।

ସୂଚନାଯୋଗ୍ୟ ଯେ, ନକଲି ମେଡିସିନ ମାମଲାରେ ବୁଧବାର କଟକରୁ ତିନି ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ମୁଖ୍ୟ କାର୍ପଟଦାର ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ପ୍ରୀତିରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତି । ପୂର୍ବରୁ ଗିରଫ ଔଷଧ ବ୍ୟବସାୟୀଙ୍କ ସୂଚନା ମୁତାବକ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିଲା । ମେଡିଲୋୟେଡ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଖୋଲାଯାଇଥିବା ଏହି ଔଷଧ କମ୍ପାନୀରେ ଚାଲିଥିଲା ନକଲି ଔଷଧ ବେପାର । କମ୍ପାନୀର ଏମଡି ଥିଲେ ଶିବ ଜେନା ।

କଟକରୁ ନକଲି ମେଡିସିନ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ଏସଟିଏଫକୁ ତଦନ୍ତ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର । ଏହି ଘଟଣାରେ ଅଦ୍ୟାବଧି ବାହାର ଦୁଇଟି ରାଜ୍ୟରେ ଡେରା ପକାଇ ତଦନ୍ତ ଜାରି ରଖିଛି ଏସଟିଏଫର ସ୍ବତନ୍ତ୍ର ଟିମ୍ ।

Leave a Reply

Your email address will not be published. Required fields are marked *