କଟକ ସହରରୁ ହଟିଲା ସଟ୍ଡାଉନ୍
ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ସହରରୁ ହଟିଛି ସଟ୍ ଡାଉନ କଟକଣା। ଆଜିଠୁ ସଂଧ୍ୟା ୬ଟା ଯାଏ ଦୋକାନବଜାର ଖୋଲିପରିବା। କିନ୍ତୁ ସଂଧ୍ୟା ୭ଟାରୁ ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଔଷଧ ଦୋକାନ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ସରକାରୀ ଅଫିସ୍ ବୋଲି କୁହାଯାଇଛି।
ସୂଚନାଥାଉ କି, କଟକ ସହରରେ କରୋନା ସଂକ୍ରମଣ ବଢୁଥିବା ଦେଖି ଗତ ୪ରେ CMC ପକ୍ଷରୁ କଟକ ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଥିଲା। ୬ ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ଓ କଣ୍ଟାକ୍ଟସ୍ ଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇ ନ ଥିବା କହିଛି ସିଏମ୍ସି। ସେହିପରି ମାଳିସାହିରୁ ରାଣୀହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ଉଠାଇ ଦେଇଛି CMC। ସଟ୍ଡାଉନ୍ର ଆଉ ଆବଶ୍ୟକତା ନଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ଏହା ବଦଳରେ ଜାରି ରହିବ ଲକ୍ଡାଉନ୍ ନିୟମ।