ବିଧାୟକ ଉମା ସାମନ୍ତରାୟଙ୍କୁ ନୋଟିସ୍, ସପ୍ତାହକ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍) : କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ  କାରଣ ଦର୍ଶାଅ ନୋଟିସ । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଉମାଙ୍କ ସରକାରୀ ବାସଭବନରେ ପୁରୀ ସମୁଦ୍ର କୂଳ ଥାନାର ପୁଲିସ ପହଞ୍ଚି ୭ଦିନ ଭିତରେ  କାରଣ ଦର୍ଶାଇବାକୁ ଉମା ସାମନ୍ତରାୟଙ୍କୁ ନୋଟିସ୍ ଦେଇଛି  ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ସ୍ବର୍ଗଦ୍ବାରା କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ ନେଇ ସୂଚନା ଦେଇଥିଲେ ଏସପି ଅଖିଳେଶ୍ବର ସିଂହ ।

ଏସପି କହିଥିଲେ ଯେ, ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କିନ୍ତୁ କରୋନା ପଜିଟିଭ୍‌ ବ୍ୟକ୍ତି ୧୭ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ନିୟମ ଅନୁଯାୟୀ ମନ୍ତ୍ରୀ ସମୀର ଦାଶ ଠିକ୍‌ ଥିଲେ । ମନ୍ତ୍ରୀଙ୍କ ପଜିଟିଭ ହେବାକୁ ୨୨ ଦିନ ହୋଇଯାଇଥିଲା । ମନ୍ତ୍ରୀଙ୍କୁ ସରକାର ପ୍ରତିନିଧି ରୂପେ ପଠାଇଥିଲେ । କିନ୍ତୁ ବିଧାୟକ ଏହି ନିୟମ ଉଲ୍ଲଂଘନ କରିଥିଲେ । ତେଣୁ ତାଙ୍କ ବିରୋଧରେ ସମୁଦ୍ରକୂଳ ଥାନାରେ ୨୬୯, ୨୭୦ ଓ ୩ ମହାମାରୀ ଆଇନ୍ ଅନୁଯାୟୀ ମାମଲା (୧୬୧/୨୦) ରୁଜୁ ହୋଇଥିଲା ।

Leave a Reply

Your email address will not be published.