ଭୁବନେଶ୍ୱରରେ ଖୋଲିବ ସମସ୍ତ ସପିଂ ମଲ୍, ବିଏମସିର ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍ । ସର୍ତ୍ତ ସହ ମଲ୍ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ରାଜଧାନୀରେ ଖୋଲିବାକୁ ଥିବା ସବୁ ସପିଂ ମଲ୍ ପାଇଁ ପୂରା ଏସଓପି ଜାରି କରାଯାଇଛି ।

ବିଏମସିର କହିବାନୁସାରେ ମଲ୍ ଖୋଲିବା ନେଇ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ, କରୋନା କଟକଣାକୁ ମାନିବା ବାଧ୍ୟତାମୂଳକ । ମଲ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ। ମଲ୍‌ରେ ମାସ୍କ ପିନ୍ଧିବା ନେଇ ନିଶ୍ଚିତ କରିବେ କର୍ତୃପକ୍ଷ ।କିନ୍ତୁ ମଲ୍ ଭିତରେ ଫୁଡ୍ କୋର୍ଟ ଓ ସିନେମା ହଲ୍ ବନ୍ଦ ରହିବ । ଗେମ୍ ଜୋନ୍ ମଧ୍ୟ ବନ୍ଦ ରହିବ । ଏପରିକି ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।

Leave a Reply

Your email address will not be published.