ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ; ଶତପ୍ରତିଶତ ନମ୍ବର ରଖି ଓଡ଼ିଶାର ସୋଏବ ଅଫତାବ୍ ଟପ୍ପର
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପ୍ରକାଶିତ ଏନଟିଏ-ଏନଇଇଟି ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ।
ଟାଇମ୍ସନାଓକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି । ତେବେ ତାଙ୍କର ପଠପଢା ପାଇଁ ତାଙ୍କ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାଠାେରେ ରହୁଛନ୍ତି । କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।