ଆର୍ଯ୍ୟନ୍ଙ୍କ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା
ମୁମ୍ବାଇ, (ଓଡିଶା ଟାଇମ୍): ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କିଙ୍ଗ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ଙ୍କୁ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ତେବେ ଆର୍ଯ୍ୟନ୍ଙ୍କ ପାଇଁ ଏବେ ବାହାରିଛି ଶିବସେନା।
ଆର୍ଯ୍ୟନ୍ ଖାନ୍ଙ୍କ ସମର୍ଥନରେ ଶିବେସନା ନେତା କିଶୋର ତିୱାରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ମୌଳିକ ଅଧିକାରକୁ ଦର୍ଶାଇଛନ୍ତି। ଶିବସେନା ନେତା କିଶୋର ତିୱାରୀ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଏହି ପ୍ରସଙ୍ଗରେ ସ୍ୱତଃ ସଜ୍ଞାନ ନେବାକୁ ଦାବି କରିଛନ୍ତି।
ଏଥିସହ ଏହି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଶିବସେନା ନେତା ତାଙ୍କ ପିଟିସନରେ ଆହୁରି ଲେଖିଛନ୍ତି ଯେ ଏହି ଡ୍ରଗ୍ସ ମାମଲାରେ ନୋରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଭୂମିକାର ମଧ୍ୟ ତଦନ୍ତ କରାଯାଉ। ଏଥିସହ ସେ ଏହି ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି।