ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ, (ଓଡିଶା ଟାଇମ୍) : ପହଣ୍ଡି ନୀତି ଶେଷ ପରେ ରଥରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ସେବକଙ୍କ ଗହଣରେ ଆସି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ । ଚଳିତବର୍ଷ ବିନା ଭକ୍ତରେ ଚାଲିଛି ରଥଯାତ୍ରା । ସିଧାପ୍ରସାରଣ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ତେବେ ସମସ୍ତ ନୀତିକାନ୍ତି ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ତାପରେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ସମାପନ ହୋଇଥିଲା । ପରେ ମା’ ସୁଭଦ୍ରା ରଥାରୂଢ ହୋଇଥିଲେ ।

ଶେଷରେ ଜଗତର ନାଥ ଜଗନ୍ନାଥ ପହଣ୍ଡି ବିଜେ କରି ନନ୍ଦିଘୋଷରେ ବିରାଜିଛନ୍ତି ।ତେବେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିରାଜିତ ହେବା ପରେ ଶଙ୍କରାଚାର୍ଯ୍ୟ ନିଜ ସେବକଙ୍କ ଗହଣରେ ଦର୍ଶନ କରୁଛନ୍ତି ।

Leave a Reply

Your email address will not be published. Required fields are marked *