ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ କରୋନା

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ମଧ୍ୟ କରୋନାଭାଇରସର ପ୍ରଭାବ ବୃଦ୍ଧି ପାଉଛି। ବର୍ତ୍ତମାନ ପାକିସ୍ତାନରେ ଏକ ଲକ୍ଷରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ଏବେ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ସହିଦ ଆଫ୍ରିଦି ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।

ଏ ବିଷୟରେ ଟ୍ୱିଟରରେ ସୂଚନା ଦେବା ସହ ସହିଦ ଆଫ୍ରିଦି ନିଜେ କହିଛନ୍ତି ଯେ ତାଙ୍କ କୋଭିଡ -19 ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି । କ୍ରିକେଟ୍ ଇତିହାସର ଅନ୍ୟତମ ବିସ୍ଫୋରକ ବ୍ୟାଟସମ୍ୟାନ ଭାବେ ଗଣାଯାଉଥିବାପା କିସ୍ତାନର ଏହି ପୂର୍ବତନ ଅଲରାଉଣ୍ଡର ଆଫ୍ରିଦି ଜୁନ୍ ୧୩ ର ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ “ଗୁରୁବାର ଠାରୁ ମୁଁ ଅସୁସ୍ଥ ଅନୁଭବ କରୁ ଥିଲି, ମୋର ଦେହ ଖରାପ ଲାଗୁଥିଲା । ମୁଁ କୋଭିଡ -19 ପରୀକ୍ଷା କଲି ଏବଂ ଦୁର୍ଭାଗ୍ୟବଶତଃ ମୋତେ କୋଭିଡ- 19 ପଜେଟିଭ ବୋଲି ଜଣାପଡିଛି । ଶୀଘ୍ର ସୁସ୍ଥ ହେବା ପାଇଁ ଆପଣ ମାନଙ୍କ ପ୍ରାର୍ଥନା ଆବଶ୍ୟକ।” ବୋଲି ସେ ଟ୍ୱିଟରରେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *