ଭିମ୍‌ସାରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍

ସମ୍ବଲପୁର, (ଓଡିଶା ଟାଇମ୍) :ବୁର୍ଲା ଭିମସାରରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜଣେ ନର୍ସ ଓ ଜଣେ ଆଟେଣ୍ଡଣ୍ଟ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଭିମସାର୍ ନିର୍ଦ୍ଦେଶକ । ଏମାନଙ୍କ ମଧ୍ୟରେ ସର୍ଜରି ବିଭାଗର ଜଣେ, ହୃଦ୍ ରୋଗ ବିଭାଗର ଜଣେ, ମେଡିସିନ୍  ବିଭାଗର ୩ ଜଣ ପିଜି ଡାକ୍ତର ଥିବା ସମୟରେ ୨ ଜଣ ହାଉସ୍ ସର୍ଜନ ଡାକ୍ତର ରହିଛନ୍ତି ।

ଭିମସାରରେ ପୂର୍ବରୁ ୧୨ ଡାକ୍ତର କରୋନା ପଜିଟିଭ୍ ହୋଇଥିଲେ । ଯାହାଫଳରେ ମେଡିସିନ୍ ଓ.ପି.ଡି ଏବେ ବି ବନ୍ଦ ରହିଛି । ଗତକିଛି ଦିନ ହେଲା ଭୀମ୍‌ସାରେ ଡାକ୍ତର କରୋନା ଆକ୍ରାନ୍ତ ହେଉଛନ୍ତି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପଶ୍ଟିମ ଓଡିଶା ତଥା ସମ୍ବଲପୁରର ସ୍ୱାସ୍ଥ୍ୟସେବା ଯୋଗାଇବାରେ ଭୀମ୍‌ସାର ଅଗ୍ରଣୀ ଭୂମିକ ଗ୍ରହଣ କରିଥାଏ । ଯଦି ମେଡିକାଲରୁ ଏତେ ସଂଖ୍ୟକ ଡାକ୍ତର ଓ ନର୍ସ କରୋନା ପଜିଟିଭ୍‌ ବାହାରିବେ ।

Leave a Reply

Your email address will not be published. Required fields are marked *