ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା- ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଟିକା ପ୍ରସ୍ତୁତି ଦିଗରେସେରମ ଇନଷ୍ଟିଚ୍ୟୁଟ୍ର କାମ ଜାରି ରହିଛି। ଭାକସିନ୍ କେବେ ଉପଲବ୍ଧ ହେବ ସମସ୍ତଙ୍କ ମନରେ ଏଇ ପ୍ରଶ୍ନ ଥିବା ବେଳେ  ମାର୍ଚ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବା ନେଇ କହିଛି କମ୍ପାନି।

ଯଦି ସବୁକିଛି ଠିକ୍ ରହେ ତାହେଲେ ମାର୍ଚରୁ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କହିଛି କମ୍ପାନି। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କରୋନା ଟିକା ଟ୍ରାଏଲ ଚାଲିଛି। କମ୍ପାନିର କାର୍ଯ୍ୟକାରୀ ନିର୍ଦେଶକ ଡାକ୍ତର ସୁରେଣ ଜାଦବ କହିଛନ୍ତି ରେଗୁଲେଟର ଜଲଦି ମଞ୍ଜୁରୀ ପ୍ରଦାନ କଲେ ଭାରତରେ ମାର୍ଚ ସୁଦ୍ଧା କୋଭିଡ ଟିକା ଉପଲବ୍ଧ ହୋଇପାରେ।

ଜାଦବଙ୍କ ଅନୁସାରେ କୋଭିଡ ଟିକା ନିର୍ମାଣ ଦିଗରେ ଦ୍ରୁତ ଭାବେ କାମ ଚାଲିଛି। ଦେଶରେ ଭାକସିନ ନିର୍ମାଣରେ ଦୁଇଟି କମ୍ପାନି ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିଛନ୍ତି ଓ ଅନ୍ୟ ଗୋଟିଏ ଦ୍ବିତୀୟ ପର୍ଯ୍ୟାୟରେ ରହିଛି। ଏହା ବାଦ୍ ଭାକସିନ୍ ଉପ​‌ରେ ମଧ୍ୟ କାମ ଜାରି ରହିଛି।

Leave a Reply

Your email address will not be published.