‘କୋଭିସିଲ୍ଡ’ର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବ୍ରିଟିଶ ଫାଇଜର୍‌ ପରେ ଏବେ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଭାରତରେ କରୋନା ଟିକା ‘କୋଭିସିଲ୍‌ଡ’ର ବ୍ୟବହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି। ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅଧୀନରେ କମ୍ପାନୀ ଏହି ଅନୁମତି ମାଗିଛି। ତେବେ ଏପରି ଆବେଦନ କରିବାରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ହେଉଛି ପ୍ରଥମ ଭାରତୀୟ କମ୍ପାନୀ।

ସୂଚନା ଅନୁସାରେ, କମ୍ପାନୀ ପକ୍ଷରୁ ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ଠାରୁ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବିକଶିତ କରୋନା ଟିକା କୋଭିସିଲ୍‌ଡର ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି। ଏହି ଟିକାର ଉତ୍ପାଦନ ପୁଣେସ୍ଥିତ ବିଶ୍ଵର ସବୁଠାରୁ ବଡ଼ ଔଷଧ ନିର୍ମାତା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ କରାଯାଉଛି।

ଏହି ଅଧ୍ୟୟନଗୁଡିକରେ, କୋଭିସିଲ୍‌ଡ କରୋନାର ସ୍ପଷ୍ଟ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ଏବଂ ବିଶେଷ ଭାବରେ ଗୁରୁତର ସଂକ୍ରମିତଙ୍କଠାରେ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏଥିସହ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ବହୁତ କମ୍ ବୋଲି ଜଣାପଡିଛି। ଏହି ଆବେଦନରେ ଦେଶର ଆତ୍ମନିର୍ଭରଶୀଳ ଅଭିଯାନ ଏବଂ ସ୍ଥାନୀୟ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ ମଧ୍ୟ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published.