ଭୁବନେଶ୍ବରରେ ହେବ ସେରୋଲୋଜିକାଲ୍ ସର୍ଭେ

ଭୁବନେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଙ୍କ୍ରମିତଙ୍କ ସଂଖ୍ୟା। ଯାହାକୁ ଦୃଷ୍ଟିରେ ରାଜ୍ୟରେ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହୋଇଛି । କଟକ ଓ ଗଞ୍ଜାମ ଜିଲ୍ଲାରେ ଆଣ୍ଟିଜେନ୍‌ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ସେହିପରି ଭୁବନେଶ୍ୱରେରେ ଗତିକିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସରୋଲୋଜିକାଲ ସର୍ଭେ କରାଯିବ । ଏନେଇ  ଆରଏଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରେ ଆସନ୍ତା ୯ରୁ ସେରୋଲୋଜିକାଲ୍‌ ସର୍ଭେ ହେବ । ଆସନ୍ତା ଗୁରୁବାରରୁ ଭୁବନେଶ୍ବରରେ କରାଯିବ ସେରୋଲୋଜିକାଲ୍‌ ସର୍ଭେ । ଏହି ସର୍ଭେ ଗୁରୁବାର ଠାରୁ ଆରମ୍ଭ ହୋଇ ରବିବାର ଯାଏଁ ଚାଲିବ । ସେହିପରି ଆସନ୍ତା ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ କରାଯିବ ସେରୋଲୋଜିକାଲ୍‌ ସର୍ଭେ । ତେବେ ଆସିଥିବା ୫ ହଜାର ରାପିଡ ଆଣ୍ଟିଜେନ କିଟ ବଣ୍ଟା ସରିଛି । ତାହାମଧ୍ୟରୁ ଏସସିବି, ଏମକେସିଜି ଓ ଭୁବନେଶ୍ବର ପାଇଁ ଦିଆଯାଇଛି କିଟ୍‌ । ରାଜ୍ୟକୁ ଆହୁରି ଅଧିକ କିଟ୍‌ ଆଣିବା ପାଇଁ ଅଛି ଯୋଜନା ରହିଛି ।

Leave a Reply

Your email address will not be published.