ଆଜିଠୁ କଟକରେ ସେରୋ ସର୍ଭେ

କଟକ, (ଓଡିଶା ଟାଇମ୍) :ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ସିଏମସିର ୨୫ଟି ୱାର୍ଡରେ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯାଇ ଆସନ୍ତା ୫ ତାରିଖ ଯାଏ ଚାଲିବ ସେରୋ ସର୍ଭେ । ଏହି ସର୍ଭେରେ ନାବାଳକ ଓ ଗର୍ଭବତୀ ମାନଙ୍କୁ ସାମିଲ କରାଯିବ ନାହିଁ ।

ସେରୋ ସର୍ଭେ ପାଇଁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ରେ ୫ ଜଣ ଲେଖାଁଏ ସଦସ୍ୟ ରହିଛନ୍ତି । ଏବଂ ପ୍ରତ୍ୟେକ ଟିମକୁ ୫ ଟି ଲେଖାଁଏ ୱାର୍ଡର ଦାୟିତ୍ବ ଦିଆଯାଇଛି । ପ୍ରତିଦିନ ସେରୋ ସର୍ଭେ ସକାଳ ୮ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । କଟକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଛି ।

ସେହି ତୁଳନାରେ ଆରୋଗ୍ୟହାର ମଧ୍ୟ ବେଶ୍ ଭଲ ରହିଛି । ଏହି ସେରୋ ସର୍ଭେରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ବିକଶିତ ହୋଇଛି । ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ବୃଦ୍ଧି ପାଇଛି, ତାହା ଜାଣାପଡିବ ।

Leave a Reply

Your email address will not be published.