ଜୁନ୍ ସୁଦ୍ଧା ୧୦ କୋଟି ଡୋଜ୍ ଟିକା ଯୋଗାଇବ ସେରମ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧିରେ ଧିରେ କମୁଥିବା ଦେଖିବାକୁ ମିଳୁଛି। ହେଲେ ମୃତ୍ୟୁସଂଖ୍ୟ ସ୍ଥିର ରହିଛି । ଦୈନିକ ମୃତ୍ୟୁ ହାର ୩ ହଜାର ତଳକୁ ଖସୁନି। କରୋନାରୁ ବର୍ତ୍ତିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଅଯାଉଥିବାବଳେ ଦେଶରେ ଟିକାର ଅଭାବ ଦେଖା ଦେଇଛି। ଫଳରେ ଅନେକ ସ୍ଥାନରେ ଟିକାକରଣ ବନ୍ଦ ରହିଛି। ପ୍ରଥମ ଡୋଜ ନେଇଥିବା ଅନେକ ରୋଗୀ ୨ୟ ଡୋଜ ନେଇ ପାରୁନାହାନ୍ତି। ସାରା ଦେଶରେ କରୋନା ଟିକାର ଅଭାବକୁ ନେଇ ଖବର ଆସୁଥିବା ବେଳେ ଏକ ବଡ଼ ଆଶ୍ୱସ୍ତିକର ସୂଚନା ଦେଇଛି ସେରମ୍।

ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ୧୦ କୋଟି ଡୋଜ୍ ଟିକା ଯୋଗାଇବ ବୋଲି କହିଛି ସେରମ୍ ଇନ୍‌ଷ୍ଟିଚ୍ୟୁଟ।  କେନ୍ଦ୍ରକୁ ୧୦ କୋଟି କୋଭିସିଲ୍ଡ ଡୋଜ୍ ମାସକ ମଧ୍ୟରେ ଯୋଗାଇବ ସେରମ୍। ଚଳିତ ମାସରେ ସାଢ଼େ ୬ କୋଟି ଡୋଜ୍ ଉତ୍ପାଦନ କରିଥିଲା କମ୍ପାନି। ହେଲେ ବଢ଼ୁଥିବା ଚାହିଦାକୁ ଦେଖି ଏହି ସଂଖ୍ୟାକୁ ପ୍ରାୟ ୧୦ କୋଟି ଯାଏଁ ନିଆଯିବ।

ଟିକା ଉତ୍ପାଦନକୁ ତ୍ୱରିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେରମ୍‌କୁ ଚିଠି ଲେଖିଥିଲେ। ସେରମ୍‌ର କର୍ମଚାରୀ ଅହରାତ୍ର ଏନେଇ କାମ କରୁଥିବା ଜଣାଇଥିଲେ। ଏହାପୂର୍ବରୁ ଜୁନ୍ ମାସରେ ସାଢ଼େ ୬ କୋଟି, ଜୁଲାଇରେ ୭ ଏବଂ ଅଗଷ୍ଟରେ ୧୦ କୋଟି ଡୋଜ୍ ଯୋଗାଇବା ନେଇ କହିଥିଲା ସେରମ୍।

ସାରା ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଟିକାର ଅଭାବ ଘଟଣା ସାମ୍ନାକୁ ଆସିଛି। ଏପରିକି ଟିକାକୁ ନେଇ ସେରମ୍ ସିଇଓ ଅଦାର ପୁନାୱାଲାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ବି ହୋଇଥିଲା।

Leave a Reply

Your email address will not be published. Required fields are marked *