ଆସନ୍ତା ୨୯ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) : ସେପ୍ଟେମ୍ବର ୨୯ରୁ ବିଧାନ ସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ ଅକ୍ଟୋବର ୪ ରବିବାର ଛୁଟି ଦିବସ ପଡୁଥିଲେ ମଧ୍ୟ ବିଧାନସଭା ଅଧିବେଶନ ବସିବ। କିନ୍ତୁ ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀ ଦିନ ଅଧିବେଶନ ବନ୍ଦ ରହିବ। ଆଜି ମୌସୁମୀ ଅଧିବେଶନ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଅଧିବେଶନ ପୂର୍ବରୁ ବିଧାୟକଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଥିଲା । ଆରମ୍ଭ ହେବ  ବିଧାନସଭାର ମୌସୁମୀ ଅଧିବେଶନ। ତେବେ କୋଭିଡ୍ ଜନିତ ପରିସ୍ଥିତିରେ ରହିଛି କଡା ଗାଇଡଲାଇନ୍ । ବିଧାୟକଙ୍କ ପ୍ରବେଶ ପାଇଁ ସ୍ଥିର ହୋଇଛି ନିୟମ । ବିଧାନସଭାରେ ପ୍ରବେଶ ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ। ଦୁଇ ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ । ନେଗେଟିଭ୍ ଆସିଲେ ଅଧିବେଶନରେ ଯୋଗଦେବେ । ଏହାସହ ବିଧାୟକମାନେ ଘରେ ସଙ୍ଗରୋଧରେ ରହିବା ପାଇଁ ଆଜି ନିଷ୍ପତ୍ତି ହୋଇଛି ।

ବିଧାନସଭାରେ ପ୍ରବେଶ କରିବାକୁ ହେଲେ ବିଧାୟକଙ୍କୁ କରୋନା ଟେଷ୍ଟ ଜରୁରୀ। ବିଧାନସଭାରେ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି  ନିଷ୍ପତ୍ତି ହୋଇଛି ।  ବିଧାନସଭାରେ ମୌସୁମୀ ଅଧିବେଶନ ବସିବାର ଦୁଇଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ କେରାନା ଟେଷ୍ଟ କରାଯିବ । ଯେଉଁ ମାନଙ୍କର ନେଗଟିଭ ଆସିବ ସେମାନଙ୍କୁ ବିଧାନସଭାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।  ଏହା ପରେ ପୁଣି ୫ ଦିନ ପରେ ଟେଷ୍ଟ କରାଯିବ।

Leave a Reply

Your email address will not be published. Required fields are marked *