ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କରୋନା, ହସ୍ପିଟାଲ୍ରେ ଭର୍ତ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଅସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାରା ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି।