ରାଜ୍ୟ ସରକାରଙ୍କୁ ୧୦ଟି ପ୍ରଶ୍ନ ପଚାରିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ
ଭୁବନେଶ୍ବର, (ଓଡିଶା ଟାଇମ୍) :କୋରୋନା ସଙ୍କଟ ସମୟରେ ରାଜ୍ୟ ସରକାର ଅର୍ଥନୈତିକ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । ଏଥିରେ ଏକ ଉଦେଶ୍ୟ ଅଛି । ଲୋକଙ୍କୁ ଆତଙ୍କ ଭିତରକୁ ଠେଲିଦେଇ ନିଜେ ଖସିଯିବାକୁ ସରକାର ଚାହୁଁଛନ୍ତି ବୋଲି ଦଳ କହିଛି । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ୧୦ଟି ବଡ଼ ପ୍ରଶ୍ନ ପଚାରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ
- ୩୦ ହଜାର କୋଟି ଟଙ୍କା ଋଣ କରିବେ ସରକାର। ମନି ଜେନେରେଟ କରିବା ପାଇଁ ଏହି ଋଣ ହେବ । କଣ ଜେନେରେଟ କରିଛ ହିସାବ ଦିଅ
- ଗତ ଚାରିବର୍ଷ ଭିତରେ କେତେ କାରଖାନା ବନ୍ଦ କରିଛ ?
- ପେଟ୍ରୋଲ, ଡିଜେଲ ଉପରେ ୧୪.୩ ଟିକସ ବଢ଼େଇଛ । କେନ୍ଦ୍ରରୁ ଏ ଟିକସ ଟଙ୍କା ରାଜ୍ୟ କାହିଁକି ପାଉନି?
- ୫୮ ହଜାର କଳକୁ ବନ୍ଦ କରିଛନ୍ତି ସରକାର। କେତେ କୁଶଳୀ ଲୋକଙ୍କୁ ଚାକିରୀ ଦେଇଛ ?
- ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ୬ ହଜାର କୋଟି ତାଙ୍କ ଜଳ ଓ ବିଦ୍ୟୁତ କର ବାବଦରେ ବାକି ପଡିଛି।
- ଟିକସ ବାବଦରେ ୧୨୦୦ କୋଟି କାହିଁକି ବାକି ପଡିଛି ?
- କେନ୍ଦ୍ରୀୟ ଅନୁଦାନ ୪୨ ପ୍ରତିଶତରୁ ୪୧ ପ୍ରତିଶତ କଲେ କାହିଁକି ?
- ଖଣି ମାଲିକଙ୍କ ଉପରେ ୧୮ ହଜାର କୋଟି ଟଙ୍କା ବାକି ପଡିଛି । କେତେ ଟଙ୍କା ପାଇଛ ?
- ଆଇଓସିଏଲ ଉପରେ କେତେ ଟଙ୍କା ବାକି ପଡିଛି ?
- କୋଇଲା ସେସ ବୃଦ୍ଧି ପାଇଁ କଣ ଚିଠି ଲେଖିଛ କୁହ ? କଣ ଆଲୋଚନା କରିଛ କୁହ? କେଉଁ ସ୍ୱାର୍ଥରେ ବନ୍ଧା ପଡିଛ କୁହ ?
ଓଡିଶା ଅର୍ଥନୀତି ସମ୍ପର୍କରେ ସ୍ଥିତି କଣ, ତୁରନ୍ତ ଶ୍ୱେତପତ୍ର ଉପସ୍ଥାପନ କେବେ କରିବ?
ଏହାର ଜବାବରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ । ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ ପରିଚାଳନା କରୁଛୁ ।