କଟକ ସି.ଡି.ଏ ର ସେକ୍ଟର ୯କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲା ସି.ଏମ.ସି
କଟକ,(ଓଡିଶା ଟାଇମ୍) :ସାରା ବିଶ୍ୱରେ ଏବେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି କରୋନାକୁ ମୁକାବିଲା କରିବା ପାଇଁ ସରକାର ଲକ ଡାଉନ ଏବଂ ସଟ ଡାଉନ ଆଦି ଲାଗୁ କରୁଛନ୍ତି । ତେବେ ଯେଉଁ ସ୍ଥାନରୁ ଅଧିକ ପଜିଟିଭ କେସ ଆସୁଛି ସେଠାରେ ଆଉ ବେଶି ସଂକ୍ରମିତ ନ ହେବା ପାଇଁ ତାକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ସେହିପରି କଟକ ସି.ଡି.ଏ ର ସେକ୍ଟର ୯କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି କଟକ ମହାନଗର ନିଗମ । ସେହି ଅଂଚଳରୁ ଜଣଙ୍କର ପଜିଟିଭ ଆସିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ସେହି ଅଂଚଳକୁ କୌଣସି ବାହାର ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ ଏବଂ ସେଠାକାର ବ୍ୟକ୍ତି ବାହରକୁ ଆସି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ପକ୍ରିୟା ଜାରି ରହିଛି । ତେବେ ଏହି ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବ ସି.ଏମ.ସି । ଏହା ସହ ଏହି ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସୂଚନାନୁସାରେ ଏହି ଅଂଚଳରୁ ୩୮ ଟି ବିଲିଡିଙ୍ଗକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।