ସମ୍ବଲପୁରର ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା
ସମ୍ବଲପୁର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୧୪ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା ଜଣାଯାଇଛି ।
ଅଇଁଠାପାଲିର ହରଗୌର ବିହାର, ଅଇଁଠାପାଲିର ଡାଏଟ କଲୋନୀ,ଖେତରାଜପୁରର ଶ୍ୟାମ ବାଟିକା, ବୁର୍ଲାର ଅଟାଚକି ପଡା, ହୀରାକୁଦର ଶକ୍ତି ନଗର, ହୀରାକୁଦର ଝାଙ୍କରରଡା, ହୀରାକୁଦର ନ୍ୟୁ ମାର୍କେଟ ଏରିଆ, ଏନ ଗୁଆ ଲେନ୍ ର ନୂଆପଡା, ସୁନାପାଲିର ଡିଅର ପାର୍କ ପାଖ, ସୁନାପାଲି ମସଜିଦ ପାଖର ଗୌସିଆମହଲ,ବରେଇପାଲିର ସ୍ବର୍ଣ୍ଣମହଲ, ବରେଇପାଲିର ଡୁମେରପଡା, ଅଇଁଠାପାଲିର ସହଯୋଗ ନଗର ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି । ତେବେ ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।