ସହରର ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲ୍ଲାରେ ଗତ କିଛି ଦିନ ହେଲା କରୋନା ଗ୍ରାଫ ଉପରମୁହାଁ ରହିଛି ।  ସମ୍ବଲପୁର ସହରରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି ।

ତେବେ ୧୪୪ଧାରା ଜାରି ହୋଇଥିବା ଅଞ୍ଚଳ ଗୁଡିକ ହେଲା ବଡବଜାରର ହଟଲି ଛକ, ହୀରାକୁଦ କଲୋନୀ, ଝାଡୁଆପଡାର ଶ୍ରଦ୍ଧାକର ସୁପକରା ଗଳି, ପାଞ୍ଚଗୋଛିଆର ହରଗୌରୀପଡା, ଜଗନ୍ନାଥ ମନ୍ଦିର କଲୋନୀ, ହାଉସିଂବୋର୍ଡ କଲୋନୀ,  ଧନୁପାଲିର ଶିବ ନଗର, ମୋତିଝରଣର ଏକ୍ସପ୍ଲୋସିଭ୍ କଲୋନୀ, ବରେଇପାଲିର ନୂଆପଡା, କଂସାରିପଡାରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ମନା ରହିଛି | କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published.