ଯୁକ୍ତ୨ ନାମଲେଖା, ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ଯୁକ୍ତ୨ ନାମଲେଖା ପାଇଁ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ଆଜି ଅପରାହ୍ନ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍  ଲିଷ୍ଟ ତଥା କଟ୍  ଅଫ୍  ମାର୍କ ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅକ୍ଟୋବର ୬ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ଏହି ଦିନ ପୂର୍ବାହ୍ନ ୧୧ଟା ୩୦ରୁ ୧୫ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ। ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ପଟ୍  ନାମଲେଖା  ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୭ ତାରିଖ ସନ୍ଧ୍ୟା ୬ଟାରେ ଇ-ସ୍ପେସ୍ ରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ୨୦୨୮ଟି ଯୁକ୍ତ୨ କଲେଜର ୪ ଲକ୍ଷ ୫୩ ହଜାର ୬୪୦ ସିଟ୍  ମଧ୍ୟରୁ ୨ ଲକ୍ଷ ୯୬ ହଜାର ୬୧ଟି ସିଟ୍  ପୂରଣ ହୋଇଛି । ଆହୁରି ୧ ଲକ୍ଷ ୫୭ ହଜାର ୫୭୯ ଖାଲି ପଡ଼ିଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୭୪ ହଜାର ୪୮୧ ସିଟ୍  ଖାଲି ରହିଛି । କଳା ବିଭାଗରେ ୪୯ ହଜାର ୮୮୭, ବାଣିଜ୍ୟରେ ୨୨ ହଜାର ୪୩୯, ସଂସ୍କୃତରେ ୪ ହଜାର ୬୪୦, ଧନ୍ଦାମୂଳକ ୬ହଜାର ୧୩୨ ସିଟ୍  ଖାଲିପଡ଼ିଛି।

Leave a Reply

Your email address will not be published.