ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍
ଭୁବନେଶ୍ବର, (ଓଡିଶା ଟାଇମ୍) :କୋଭିଡ୍ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଆଜିଠୁ ସ୍କୁଲ୍ ଖୋଲିଛି। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍ ଖୋଲିଛି। ସ୍କୁଲ୍ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍କୁ ବିଶୋଧନ କରାଯାଇଛି।
ଅନଲାଇନ୍ ଛାଡ଼ି ଅଫ୍ ଲାଇନରେ ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ସରକାର ଜାରି କରିଥିବା ଏସ୍.ଓ.ପି ଅନୁସାରେ ସ୍କୁଲ ଗୁଡିକୁ ପ୍ରସ୍ତୁତ କରାଯାଇଛି। ଏହାସହ ସ୍କୁଲରେ କିପରି ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ପ୍ରାଧାନ୍ୟ ଦେଉଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ ।
ସ୍କୁଲ ପରିସର ଓ କ୍ଲାସ ରୁମ୍ ସାନିଟାଇଜ କରାଯାଇଛି। ସ୍କୁଲରେ ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ହାତ ସାନିଟାଇଜ କରିବା ଲାଗି ଜଣେ ଶିକ୍ଷକ ସ୍କୁଲ ଗେଟ ପାଖରେ ରହିବେ। କ୍ଲାସ ରୁମକୁ ପଶିବା ସମୟରେ ମଧ୍ୟ ଜଣେ ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ହାତ ସାନଟାଇଜ କରି ଭିତରକୁ ଛାଡିବେ। କ୍ଲାସ ଭିତରେ ୫ ଫୁଟ ଦୁରତାରେ ଛାତ୍ରଛାତ୍ରୀ ବସିବେ।