ସେପ୍ଟେମ୍ବର ୨୮ରୁ ଖୋଲିବ ସମସ୍ତ ସ୍କୁଲ, ଏହି ରାଜ୍ୟ ଜାରି କଲା ଗାଇଡଲାଇନ୍
ବିହାର, (ଓଡିଶା ଟାଇମ୍ବି) : ବିହାରରେ ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ ସପ୍ତାହରେ ୨ ଦିନ ସ୍କୁଲ ଆସିବେ । ଏହି ସମୟରେ ୫୦ ପ୍ରତିଶତ ଶିକ୍ଷକ ଓ ସ୍କୁଲ କର୍ମଚାରୀ ବିଦ୍ୟାଳୟକୁ ଆସିବେ । ସରକାର ଏହି ନିର୍ଦ୍ଦେଶ ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଲାଗୁ କରିଛନ୍ତି ।ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୩୦ ପ୍ରତିଶତ ଛାତ୍ରଛାତ୍ରୀ ଦୈନିକ ସ୍କୁଲ ଆସିବେ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ହିଁ ବିଦ୍ୟାଳୟରେ ଅଧ୍ୟୟନ କରିବେ । ଆହୁରି ମଧ୍ୟ ନବମରୁ ଦଶମ ଶ୍ରେଣୀର ଜଣେ ଛାତ୍ର ସପ୍ତାହକୁ ମାତ୍ର ୨ ଦିନ ସ୍କୁଲ ଆସିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଏସଓପି ଅନୁସାରେ ପିଲାମାନେ ସ୍କୁଲ ଯିବେ ଓ ଅଧ୍ୟୟନ କରିବେ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ ଅନଲକ୍ ୪ ଗାଇଡଲାଇନରେ ସେପ୍ଟେମ୍ବର ୨୧ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିଥିଲା ।ସ୍କୁଲ ଯାଉଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଗାଇଡଲାଇନ୍ ପାଳନ କରିବାକୁ ହେବ । ସାମାଜିକ ଦୂରତାକୁ ଧ୍ୟାନ ଦେବାକୁ ପଡିବ । ଏବେ ପ୍ରାକ୍ଟିକାଲ କ୍ସାସେ ହେବ ନାହିଁ । ସ୍କୁଲରେ ପିଲାମାନେ ମାସ୍କ ପିନ୍ଧି ବସିବେ । ଏହାସହ ହାତକୁ ବାରମ୍ବାର ସାନିଟାଇଜ୍ କରିବାକୁ ହେବ ।