ରାଜ୍ୟରେ କେବେ ଖୋଲିବ ସ୍କୁଲ୍ ? ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ୍ ଖୋଲିବା ସମ୍ଭାବନା ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍କୁଲ ଖୋଲିବା ପରେ ଶନି ଓ ରବିବାର ଛୁଟି ବାତିଲ ହେବ ବୋଲି ସୂତ୍ରରୁ ସୂଚନା ମିଳୁଛି ।
କରୋନା କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ସ୍କୁଲ-କଲେଜ ମାଟି ମାଡିନାହାନ୍ତି । ଅନଲାଇନ୍ରେ ପାଠପଢା ହେଉଛି । କୋଭିଡ୍ ପାଇଁ ଏବେ ସିନା ଅନ୍ଲାଇନ୍ରେ କ୍ଲାସ୍ ଚାଲିଛି ହେଲେ ସରକାର କହିଛନ୍ତି ଅଫଲାଇନରେ କିନ୍ତୁ ପରୀକ୍ଷା ହେବ । ତେବେ ଅନଲାଇନ ପାଠପଢା ପ୍ରଭାବୀ ହୋଇନଥିବା ବେଳେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।
ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦେବୁ। ଯଦି ଜାନୁଆରୀରୁ ସ୍କୁଲ ଖୋଲେ, ତା’ହେଲେ ଛୁଟି ଦିନରେ ବି କ୍ଲାସ ହେବ। କେବଳ ପର୍ବପର୍ବାଣୀ ଛୁଟିକୁ ଛାଡ଼ି, ଅନ୍ୟ ଛୁଟିରେ କ୍ଲାସ୍ ହେବ’ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ଅନ୍ଲାଇନ୍ରେ ପାଠପଢା କିନ୍ତୁ ଅଫ୍ଲାଇନ୍ରେ ହେବ ପରୀକ୍ଷା । ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ଅଫ୍ଲାଇନ୍ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଏଭଳି ଘୋଷଣା ପରେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । କାରଣ କୋଭିଡ୍ ପାଇଁ ୯ ମାସ ହେଲା ସ୍କୁଲ୍ ମାଟି ମାଡି ନାହାନ୍ତି ଛାତ୍ରଛାତ୍ରୀ । ଅନଲାଇନ୍ ପାଠପଢା ପ୍ରଭାବହୀନ ରହିଛି । ହେଲେ ଗଣଶିକ୍ଷା ବିଭାଗ କିନ୍ତୁ କହିଛି ପରୀକ୍ଷା ସିନା ବିଲମ୍ବରେ ହେବ କିନ୍ତୁ ଅଫ୍ଲାଇନ୍ରେ ପରୀକ୍ଷା କରାଯିବ । ଏଥର ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇଥିଲେ ବି ସ୍କୁଲ୍ ଖୋଲିଥିବାରୁ ପାଠପଢା ପ୍ରଭାବହୀନ ରହିଛି । ଏଦୃଷ୍ଟିରୁ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ବିଳମ୍ବ ହେବା ନିଶ୍ଚିତ।