ସୋମବାରଠାରୁ ବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଆଡମିଶନ୍ ହୋଇଥୁଲା , ଚଳିତ ବର୍ଷ ବି ସେହି ସବୁ ସ୍କୁଲରେ ଆଡମିଶନ୍ କରାଯିବ । ଆସନ୍ତା ସୋମବାରଠାରୁ ଜୁଲାଇ ୧୫ ଯାଏ ଏହି ନାମଲେଖା ପ୍ରକ୍ରିୟା ଚାଲିବ । ରାଜ୍ୟରେ କୌଣସି ବି ସ୍କୁଲ ବନ୍ଦ ହେବନି ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ନାମ ଲେଖାଇବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫ ଜଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଆଡ଼ମିସନ କରାଇବେ । ସେହିପରି ସଟଡାଉନ ବେଳେ ଶନିବାର ଓ ରବିବାର ମାଟ୍ରିକ ଖାତା ଦେଖା ବନ୍ଦ ରହିବ । ଜୁନ ମାସର ଅନ୍ୟ ଦିନମାନଙ୍କରେ ମାଟ୍ରିକ ଖାତା ଦେଖା ଜାରି ରହିବ । ତେବେ ଶିକ୍ଷକମାନଙ୍କ ଯାତାୟାତକୁ ନଜରରେ ରଖି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ଖାତା ଦେଖା ବନ୍ଦ ରହିବ ।