SCBରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ
କଟକ, (ଓଡିଶା ଟାଇମ୍) :କଟକ ବଡ଼ ମେଡିକାଲର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍ ଖସିବା ଘଟଣା । ଫ୍ୟାନ୍ ପଡି ଗୁରୁତର ଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଯାଜପୁର ଜିଲ୍ଲାର ପାର୍ବତୀ ଦାସ ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, ଗତ ୮ ତାରିଖ ଦିନ କଟକ ଏସ୍ସିବି ମେଡିକାଲରେ ଅଘଟଣ ଘଟିଥିଲା । ତେବେ ଏହି ସମୟରେ କଟକ ବଡ ମେଡିକାଲର ସର୍ଜରୀ ବିଭାଗର ୨ ମହଲାରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କ ଉପରେ ଫ୍ୟାନ୍ ଖସିପଡିଛି । ଫ୍ୟାନ୍ ଚାଲୁଥିବା ସମୟରେ ଖସିପଡିଥିଲା । ଯାହାଫଳରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇଥିଲା । ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଉକ୍ତ ମହିଳାଙ୍କର ମୃତ୍ୟୁ ହୋଇଯାଇଛି ।











