ଏସ୍ସିବି ମେଡିକାଲ ଫାଣ୍ଡି କନେଷ୍ଟବଳ କରୋନା ପଜିଟିଭ୍
କଟକ, (ଓଡିଶା ଟାଇମ୍) : ଏସ୍ସିବି ମେଡିକାଲ ଫାଣ୍ଡିର ଜଣେ କନେଷ୍ଟବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି। କନଷ୍ଟେବଳ ଜଣଙ୍କ କୋରନା ପଜିଟିଭ୍ ଚିହ୍ନଟ ପରେ କମିଶନରେଟ୍ ପୁଲିସର ଚିନ୍ତା ବଢ଼ିଛି। କାରଣ ଏହା କଟକ ସହରରେ ପ୍ରଥମ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
କଟକ ସହରର ପ୍ରଥମ ପୋଲିସ କର୍ମଚାରୀ ଭାବେ କନଷ୍ଟେବଳ ଜଣକକୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ୫୦ ଜଣ ପୋଲିସ କର୍ମଚାରୀ,ମେଡିକାଲ ଓ ସାଧାରଣ ଲୋକଙ୍କର ଶୁକ୍ରବାର କରୋନା ପରୀକ୍ଷା ହେଵ। ଏସ୍ ସି ଵି ଫାଣ୍ଡିକୁ ଆଇସୋଲେସନ୍ ଓ୍ବାର୍ଡ କରାଯାଇ ସେଠାରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଏସ୍ସିବି ଫାଣ୍ଡିରେ ହିଁ କରାଯିବ ଆଇସୋଲେସନ୍ ବ୍ୟବସ୍ଥା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେହି ଆଇସୋଲେସନ୍ରେ ରଖାଯିବ। ଏନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।