ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଲା ଏସବିଆଇ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଅଣ ଘରୋଇ ଶାଖାଗୁଡ଼ିକରେ ନଗଦ ଟଙ୍କା ଉଠାଣ ସୀମା ବୃଦ୍ଧି କରିଛି । ଏସବିଆଇର ଟୁଇଟ୍ ଅନୁଯାୟୀ ଗୋଟିଏ ଦିନରେ ଗ୍ରାହକ ପୂବୟ ତୁଳନାରେ ଅଧିକ ଟଙ୍କା ଉଠାଇ ପାରିବେ, ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାର ସୀମାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଗ୍ରାହକମାନେ ସେମାନଙ୍କର ନିକଟସ୍ଥ ଶାଖା (ହୋମ ବ୍ରାଞ୍ଚ କୁ ଛାଡ଼ି) ଯାଇ ୱିଥଡ୍ରୟାଲ ଫର୍ମରେ ଦିନକୁ ୨୫,୦୦୦ ଟଙ୍କା ପର‌୍ୟ୍ୟନ୍ତ ଉଠାଇ ପାରୁଛନ୍ତି ।

ମହାମାରୀରେ ନିଜ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ଯାଇ ଏସବିଆଇ ଚେକ୍ ଓ ୱିଥଡ୍ରୟାଲ ଫର୍ମ ଜରିଆରେ ଅଣ ଘରୋଇ ନଗଦ ସୀମା ବୃଦ୍ଧି କରିଛି । ଫଳରେ ଟଙ୍କା ଉଠାଇବା ପାଇଁ ଆଉ ପୂର୍ବପରି ହଇରାଣ ହେବେନାହିଁ ଗ୍ରାହକ ।

Leave a Reply

Your email address will not be published. Required fields are marked *