ଏସବିଆଇ, ଏନପିସିଆଇ ଓ ଜେସିବି ପକ୍ଷରୁ ଡେବିଟ୍ କାର୍ଡ ଉନ୍ମୋଚିତ
ଭୁବନେଶ୍ବର, (ଓଡିଶା ଟାଇମ୍) :ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ), ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଓ ଜେସିବି ଇଟଂରନ୍ୟାସନାଲ୍ କଂପାନି ଲିମିଟେଡ୍ ପକ୍ଷରୁ ଏସବିଆଇ ରୁପେ ଜେସିବି ପ୍ଲାଟିନମ୍ କଂଟାକ୍ଟଲେସ୍ ଡେବିଟ୍ କାର୍ଡ’ ଉନ୍ମୋଚନ କରାଯାଇଛି । ଏସବିଆଇ ଓ ଜେସିବି ସହଯୋଗିତାରେ ରୁପେ ନେଟୱର୍କରେ ଏହି କାର୍ଡକୁୁ ଉନ୍ମୋଚନ କରାଯାିଛି । ଏହି କାର୍ଡ ଜରିଆରେ ଉଭୟ ସଂସ୍ପର୍ଶ ଏବଂ ସ୍ପର୍ଶବିହୀନ କାରବାର କରିହେବ । ଜେସିବି ନେଟୱର୍କରେ ଏହି କାର୍ଡକୁ ଗ୍ରାହକମାନେ ସାରା ବିଶ୍ୱର ଏଟିଏମ୍ ଏବଂ ପିଓଏସ୍ ମେସିନ୍ରେ ବ୍ୟବହାର କରିପାରିବେ ।
ପ୍ରବୀଣା ରାୟ, ସିଓଓ, ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ କହିଛନ୍ତି ଯେ, “ଆମର ବିଶ୍ୱାସ ରହିଛି ଯେ ଏସବିଆଇ ଓ ଜେସିବି ସହିତ ଆମର ସହଯୋଗିତା କାର୍ଡଧାରୀମାନଙ୍କୁ ଉଭୟ ଭାରତୀୟ ଓ ଆନ୍ତର୍ଜାତିକ ବଜାରରେ ବିଭିନ୍ନ ପ୍ରକାର ସୁବିଧା ଓ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବ । ଏସବିଆଇ ରୁପେ ଜେସିବି ପ୍ଲାଟିନମ୍ କଂଟାକ୍ଟଲେସ୍ ଡେବିଟ୍ କାର୍ଡଧାରୀମାନେ ଏହି କାର୍ଡକୁ ସାରା ବିଶ୍ୱର ନିୟୁତାଧିକ ସ୍ଥାନରେ ବ୍ୟବହାର କରିପାରିବେ । ଆମର ନେଟୱର୍କ ମାଧ୍ୟମରେ ରୁପେ ଆନ୍ତର୍ଜାତିକ ବଜାରରେ ନିଜର ସ୍ଥିତି ଦୃଢ଼ କରୁଥିବା ଦେଖି ଖୁସି ଲାଗୁଛି । ଏନପିସିଆଇରେ ଆମେ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଏବଂ ରୁପେ କାର୍ଡଧାରୀ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛୁ ।’’
ଶ୍ରୀମତୀ ବିଦ୍ୟା କ୍ରିଷ୍ଟନ, ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କହିଛନ୍ତି ଯେ, “ ରୁପେ ପାଇଁ ଏନସିପିଆଇ ଓ ଜେସିବି ସହିତ ମିଶି ଏସବିଆଇ ରୁପେ ଜେସିବି ପ୍ଲାଟିନମ୍ କଂଟାକ୍ଟଲେସ୍ ଡେବିଟ୍ କାର୍ଡକୁ ଉନ୍ମୋଚନ କରିଥିବାରୁ ଆମେ ବହୁତ ଖୁସି । ଆମର ବିଶ୍ୱାସ ରହିଛି ଯେ ଏହି କାର୍ଡରେ ଥିବା ଟ୍ୟାପ୍ ଆଣ୍ଡ୍ ପେ ପ୍ରଯୁକ୍ତି ଜରିଆରେ ସୁରକ୍ଷିତ ଓ ଦ୍ରୁତ ସ୍ପର୍ଶବିହୀନ ପେମେଂଟ୍ ସହିତ ଗ୍ରାହକମାନଙ୍କ ଦୈନନ୍ଦୀନ କିଣାକିଣି ସହଜ ହୋଇପାରିବ । ଏହି ସ୍ପର୍ଶବିହୀନ କାର୍ଡ ସହିତ ୍ରନେକ ଆକର୍ଷଣୀୟ ଲାଭ ଏବଂ ଅଫର କେବଳ କାର୍ଡଧାରୀଙ୍କୁ ଉନ୍ନତ ସପିଙ୍ଗ ଅନୁଭୂତି ପ୍ରଦାନ କରିବ ନାହିଁ ବରଂ ସେମାନଙ୍କ ଆନ୍ତର୍ଜାତିକ ଯାତ୍ରାକୁ ଅର୍ଥପୂର୍ଣ୍ଣ କରିପାରିବ । ଏସବିଆଇରେ ଆମେ ନିରନ୍ତର ଭାବେ ଭିନ୍ନ ପ୍ରକାରର ଏବଂ ଗ୍ରାହକଙ୍କୁ ସୁହାଇବା ଭଳି ସେବା ପ୍ରଦାନ କରିବାକୁ ନିରନ୍ତର ଉଦ୍ୟମ କରୁଛୁ ।’’
ଶ୍ରୀଯୁକ୍ତ ୟୋଶିକି କାନେକୋ, ସଭାପତି ଓ ସିଓଓ, ଜେସିବି ଇଟଂରନ୍ୟାସନାଲ୍ କଂପାନି ଲିମିଟେଡ୍ କହିଛନ୍ତି ଯେ, “ରୁପେ ଜେସିବି ଗ୍ଲୋବାଲ୍ ଡେବିଟ୍ କାର୍ଡ ଜାରି କରିବା ଲାଗି ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଖୁସି ଓ ଗର୍ବିତ । ଆମର ସମ୍ମାନଜନକ ନେଟୱର୍କ ସହଯୋଗୀ ଏନପିସିଆଇ ସହିତ ଆମେ ବ୍ୟାପକ ଜେସିବି ବିଶ୍ୱସ୍ତରୀୟ ମର୍ଚାଂଟ୍ ନେଟୱର୍କକୁ ଶ୍ରେ ଶ୍ରେଣୀର ପ୍ରଯୁକ୍ତି ଓ ଏସବିଆଇ ଗ୍ରାହକଙ୍କ ପାଇଁ ବିଭିନ୍ନ ସ୍ୱତନ୍ତ୍ର ଅଫର ଆଣିଛୁ । ଏହାକୁ କାର୍ଡଧାରୀମାନେ ନିଶ୍ଚିତ ପସନ୍ଦ କରିବେ ।’’