ମୋଦିଙ୍କ କୋଲକାତା ରାଲିରେ ସାମିଲ ହେବେନି ଦାଦା

କୋଲକାତା, (ଓଡିଶା ଟାଇମ୍) :ଆଜି କୋଲକାତା ବ୍ରିଗେଡ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ରାଲିକୁ ସମ୍ବୋଧିତ କରିବେ। ଏହି ରାଲିରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବାନେଇ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ମୋଦିଙ୍କ ରାଲିରେ ଦାଦା ସାମିଲ ହେବନାହିଁ। ଏହାସହ ଗାଙ୍ଗୁଲି ବିଜେପିରେ ସାମିଲ ହେବା ନେଇ ସବୁ ଆଶା ବି ମଉଳି ଯାଇଛି।

ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟାରେ ବ୍ରିଗେଡ ମଇଦାନରେ ପହଞ୍ଚିବେ। ସକାଳ ୧୧ଟା ୨୦ ରେ ଦିଲ୍ଲୀ ବିମାନବନ୍ଦରରୁ ବାହାରିବେ। ଅପରାହ୍ନ ୧ଟା ୨୦ରେ କୋଲକାତା ବିମାନବନ୍ଦରରେ ପହଞ୍ଚିବେ। ୧.୪୫ରେ କୋଲକାତା ହେଲିପ୍ୟାଡ଼ରେ ପହଞ୍ଚିବେ। ୨ଟା ରେ ବ୍ରିଗେଡ ମଇଦାନରେ ପହଞ୍ଚିବେ। ଅପରାହ୍ନ ୨ଟା ରୁ ୩ଟା ରାଲିକୁ ସମ୍ବୋଧିତ କରିବେ।

ଅପରାହ୍ନ ୩ଟା ୫ ମିନିଟରେ ମୋଦି ପୁଣି ହେଲିପ୍ୟାଡ଼କୁ ଯିବେ। ସେଠାରୁ ୩ଟା ୧୫ରେ କୋଲକାତା ବିମାନବନ୍ଦର ଯିବେ। ୩.୪୫ରେ କୋଲକାତା ବିମାନବନ୍ଦରରୁ ଦିଲ୍ଲୀ ବାହାରିଯିବେ। ସନ୍ଧ୍ୟା ୬ଟା ୧୫ରେ ସେ ଦିଲ୍ଲୀରେ ପହଞ୍ଚିବେ।ମୋଦିଙ୍କ ରାଲିରେ ୧୦ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। ଯଦି ୧୦ ଲକ୍ଷ ଲୋକ ରାଲିରେ ସାମିଲ ହୁଅନ୍ତି ତାହେଲେ ମଇଦାନ ଫୁଲ ହୋଇଯିବ। ମୋଦିଙ୍କ ସହ ବିଜେପିର ତମାମ ବରିଷ୍ଠ ନେତା ରାଲିରେ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗରେ ଏହା ବିଜେପିର ବଡ ହୁଙ୍କାର। ମୋଦିଙ୍କ ଏହି ରାଲିରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ହେବେ। ସେ ଆଜି ପଦ୍ମ ଧରିବେ। ଏଥିପାଇଁ ସେ କୋଲକାତାରେ ପହଞ୍ଚି ସାରିଛନ୍ତି।

Leave a Reply

Your email address will not be published. Required fields are marked *