କ୍ୟାନସରରେ ପିଡିତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ; ଚିକିତ୍ସା ପାଇଁ ଯାଇପାରନ୍ତି ଆମେରିକା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ୍ କ୍ୟାନସରରେ ପିଡିତ । ଏସମ୍ପର୍କରେ ମଙ୍ଗଳବାର ବିଳମ୍ବିତ ରାତିରେ ଫିଲ୍ମ ଟ୍ରେଡ୍ ଜର୍ଣ୍ଣାଲିଷ୍ଟ କୋମଲ ନାଥ ଟ୍ୱିଟ୍ କରି ଜଣାଇଛନ୍ତି ।
ସଞ୍ଜୟ ସି’ (କରୋନାଭାଇରସ୍)ରେ ନୁହେଁ ବରଂ ଆଉ ଗୋଟିଏ ସି’ (କ୍ୟାନସର)ରେ ପିଡିତ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଥିଲେ ।
ସେହିପରି ସଞ୍ଜୟ ଦତ୍ତ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଥିଲେ ଯେ, “ମୁଁ ମେଡିକାଲ୍ ଚିକିତ୍ସା ପାଇଁ ଫିଲ୍ମରୁ ଛୋଟିଆ ବ୍ରେକ୍ ନେଉଛି । ମୋ ପରିବାର ଓ ସାଙ୍ଗ ମାନେ ମୋ ସହିତ ରହିଛନ୍ତି । ମୁଁ ମୋ ଶୁଭ-ଚିନ୍ତକ ମାନଙ୍କୁ ଅନୁରୋଧ କରୁଛି କେହି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ମାନଙ୍କର ଶୁଭେଚ୍ଛା ଏବଂ ଭଲ ପାଇବା ସହିତ ମୁଁ ଖୁବ୍ ଶୀଘ୍ର ଫେରିବି!” ।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସଞ୍ଜୟ ତାଙ୍କ ଛୋଟ ପିଲାଙ୍କ ପାଇଁ ଚିନ୍ତିତ । ଯିଏକି ଏବେ ସଞ୍ଜୟଙ୍କ ପତ୍ନୀ ତଥା ମାଆ ମାନ୍ୟତାଙ୍କ ସହ ଦୁବାଇରେ ରହୁଛନ୍ତି । ତେବେ ସଞ୍ଜୟ ତୁରନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ଲାଗି ଆମେରିକା ଯାଇ ପାରନ୍ତି ।
ସୂଚନାଯୋଗ୍ୟ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗତ ଅଗଷ୍ଟ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ପରେ ତାଙ୍କର କୋଭିଡ-୧୯ ଟେଷ୍ଟ କରା ଯାଇଥିଲା । ଯାହା ନେଗେଟିଭ୍ ବାହାରିଥିଲା । ତା’ ପରଦିନ ସଞ୍ଜୟ ମେଡିକାଲରୁ ଡିସଚାର୍ଜ ହୋଇଥିଲେ ।
ତେବେ ସଞ୍ଜୟ ତାଙ୍କର ଆଗାମୀ ଫିଲ୍ମ ‘କେଜିଏଫ୍: ଚାପ୍ଟର ୨’ରେ ଅଭିନୟ କରୁଛନ୍ତି ।