ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗର ଏଭଳି ଜବାବ ଦେଲେ ସଞ୍ଜନା ସାଂଘି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ କୋ-ଷ୍ଟାର ସଞ୍ଜନା ସାଂଘି ।

ମିଡିଆ ରିପୋର୍ଟ ମୁତାବକ ରିୟା କହିଥିଲେ ଯେ ୨୦୧୮ ମସିହାରେ ସୁଶାନ୍ତଙ୍କ ଉପରେ ମି-ଠୁ ଅଭିଯାନରେ ଯୌନ ଶୋଷଣର ଅଭିଯୋଗ ଲଗାଯାଇଥିଲା । ଦିଲ୍ ବିଚାରା ଫିଲ୍ମର କୋ-ଷ୍ଟାର ସଞ୍ଜନା ସାଂଘିଙ୍କ ସହ ଅସଦାଚରଣ ନେଇ କଥା ଉଠିଥିଲା ।

ଯେଉଁଥିପାଇଁ ସୁଶାନ୍ତ ଖୁବ୍ ଚିନ୍ତିତ ରହୁଥିବା ବେଳେ ସଞ୍ଜନାଙ୍କ ପଛରେ ଆଉ କେହି ରହି ତାଙ୍କୁ ଫସାଉ ଥିଲେ ବୋଲି ସେ ଭାବୁଥିଲେ । ହେଲେ ସେମାନେ କିଏ ବୋଲି ମୋତେ ଜଣାନାହିଁ କହିଛନ୍ତି ରିୟା ।

ରିୟାଙ୍କ ଏଭଳି ଅଭିଯୋଗରେ ସଞ୍ଜନା ସାଂଘି ଏକ ଘରୋଇ ଗଣମାଧ୍ୟମରେ କହିଛନ୍ତି ଯେ ଏନେଇ ସେ ପୂର୍ବରୁ ସଫେଇ ଦେଇ ସାରିଛନ୍ତି । ଏବେ ତାଙ୍କ ପାଖରେ ନୂଆ କଥା କିଛି କହିବାର ନାହିଁ । ଏହି ଘଟଣାକୁ ଆଉ ଏଣ୍ଟରଟେନ୍ କରିବାକୁ ଚାହୁଁନି ।

ସେହିପରି ନିଜ ସପିଂ ପାଇଁ ରିୟା ସୁଶାନ୍ତଙ୍କ କାର୍ଡ ସବୁ ବ୍ୟବହାର କରୁଥିଲେ ବୋଲି ପ୍ରକାଶ କରିଛନ୍ତି ସୁଶାନ୍ତଙ୍କ ଫ୍ଲାଟମେଣ୍ଟ୍ ସିଦ୍ଧାର୍ଥ ପିଠାନୀ ।

ଏବେ ସୁଦ୍ଧା ସିବିଆଇ ଟିମ୍ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ହାଉସ୍ ମାନେଜର ସାମୁଏଲ୍ ମିରାଣ୍ଡା, ରୋଷେୟା ନିରଜ, ଦୀପେଶ ସାୱନ୍ତ ଓ କେଶବକୁ ମଧ୍ୟ ପଚରା ଉଚରା କରିଛି ।

ପୁର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଇଡି ପକ୍ଷରୁ ରିୟାଙ୍କ ଫୋନ୍ ଯାଞ୍ଚ ପରେ ହ୍ୱାଟ୍ସଆପ୍ ମେସେଜରୁ ତାଙ୍କର ଡ୍ରଗ୍ସ ଲିଙ୍କ ଥିବା ଘଟଣା ସମ୍ମୁଖକୁ ଆସିଛି । ଏନେଇ ଇଡି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ପରେ ଏନସିବି ନିଜ ଆଡୁ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ।

 

Leave a Reply

Your email address will not be published.