ପ୍ରଶାସନିକ ସ୍ତରରେ ଅଦଳବଦଳ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପ୍ରଶାସନିକ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କର ବଦଳି ହୋଇଛି । ତାଙ୍କ ଜାଗାରେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସନତ କୁମାର ମହାନ୍ତି ।
ସେହିପରି ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ଦାୟିତ୍ୱ ଦିଆଯାଇଛି । କିର୍ତ୍ତି ଭାସନ୍ ଭିଙ୍କୁ ଗଞ୍ଜାମ କୋଭିଡ୍ ପରିଚାଳନା OSD ଭାବେ ଦାୟିତ୍ୱ । ଶୁଭଙ୍କର ମହାପାତ୍ରଙ୍କୁ SDM ବାଲିଗୁଡ଼ା, କନ୍ଧମାଳ ଭାବେ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟଶ୍ବନୀ ମୟୂର ବିକାଶଙ୍କୁ SDM, ସମ୍ବଲପୁରର ଦାୟିତ୍ୱ । ଜେ. ସୋନାଲଙ୍କୁ ଗଜପତି ଜିଲ୍ଲାରେ କୋଭିଡ୍ ପରିଚାଳନା OSD ଭାବେ ଦାୟିତ୍ୱ ଦିଆଯାଇଛି ।