ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ। କାଲି ପଜିଟିଭ ଚିହ୍ନଟ ନେଇ ନିଜେ ସମୀର ମହାନ୍ତି  ଟ୍ବିଟ କରି ସୂଚନା ଦେଇଛନ୍ତି। ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରରେ ଏମ୍ସରେ ସେ ଭର୍ତ୍ତି ହୋଇଛନ୍ତି। 

ସେ ଟ୍ବିଟରେ କହିଛନ୍ତି ଯେ, କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ସମୀର ଅନୁରୋଧ କରିଛନ୍ତି। 

 

Leave a Reply

Your email address will not be published.