ସମ୍ବଲପୁରରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ସଟ୍ଡ଼ାଉନ୍
ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ସଟ୍ ଡାଉନ୍ । ୧୦ ଦିନିଆ ସଟ୍ ଡାଉନ୍ ର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି । ଯାହାକି ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା । ପ୍ରଥମ ୪ ଦିନ ସଟ୍ ଡାଉନ୍ ରେ ଲୋକେ ଘରେ ରହିବା ସମୟରେ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କରାଯିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ ଚିହ୍ନଟ କରି କୋଭିଡ୍ ପରୀକ୍ଷା କରାଯାଇଛି।
ଆଜି ଠାରୁ ଲାଗୁ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କଟକଣା ସାମାନ୍ୟ କୋହଳ ହେବ । ସକାଳ ୬ଟାରୁ ଦିନ ୧ଟା ଯାଏ ପରିବା ଓ ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏହାଛଡ଼ା କ୍ଷୀର, ମେଡିସିନ୍ ଦୋକାନ ଆଦି ପୂର୍ବ ଭଳି ଖୋଲା ରହିବ। ତେବେ ସମ୍ବଲପୁର ଜିଲାରେ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏ ଭଳି ପଦକ୍ଷେପ ନିଆଯାଇଛି ।