ଭାଙ୍ଗିଲା ମା’ ସମଲେଶ୍ୱରୀ ମନ୍ଦିରର ଛାତ
ବଲାଙ୍ଗିର,(ଓଡ଼ିଶା ଟାଇମ୍): ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଅଘଟଣ । ଭାଙ୍ଗିଲା ମନ୍ଦିର ଭିତରର ଛାତ । ଦୀର୍ଘ ଦିନରୁ ମନ୍ଦିରର ଛାତ ଦୂର୍ବଳ ଥିବା ନେଇ ମନ୍ଦିର ପୂଜକ ଏବଂ ଭକ୍ତ ମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ତଥାପି କେହି କିନ୍ତୁ ଶୁଣିନଥିଲେ । ଯାହା ଫଳରେ ଶହ ଶହ ବର୍ଷର ପୁରୁଣା ମନ୍ଦିର ଭାଙ୍ଗି ଯାଇଥିଲା । ସଂନ୍ଧ୍ୟା ଆଳତୀ ଆଗରୁ ଛାତ ଭୁଷୁଡିଯାଇଥିବା ସୂଚନା ମିଳିଛି ॥ ପ୍ରଶାସନର ଅବହେଲାକୁ ଦାୟୀ କରି ମନ୍ଦିର ନିକଟରେ ଭକ୍ତମାନେ ରାସ୍ତାରୋକ କରିଛନ୍ତି । ବଲାଙ୍ଗିରରେ ଥିବା ମା’ ସମଲେଶ୍ବରୀ ମନ୍ଦିରର ଛାତ ଭୁଶୁଡ଼ି ପଡ଼ିଥିବା ଜାଣିବାକୁ ମିଳିଛି ।