କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ସାମ୍ବାଦିକ ପ୍ରଦୀପ କିଶୋର ସାହୁ
ବ୍ରହ୍ମପୁର, (ଓଡିଶା ଟାଇମ୍) :ରାଜ୍ୟରେ କରୋନ ସଂକ୍ରମଣ ବଡିବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅନେକ ଆକ୍ରାନ୍ଚତ ଜୀବନ ମଧ୍ୟ ହାରୁଛନ୍ତି । ଏହା ମଧ୍ୟରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ଏକ ଦୈନିକଖବରକାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁଙ୍କ ଶୁକ୍ରବାର ଦିନ କରୋନାରେ ପରଲୋକ ହୋଇଛି।
ପ୍ରଦୀପ କିଶୋର ପୁରୀ, ଖୋର୍ଦ୍ଧା, ବାରିପଦା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେ। ୪୩ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ଶ୍ରୀ ସାହୁଙ୍କୁ ମିଶାଇ କରୋନାର ଦ୍ବିତୀୟ ଲହରୀରେ ରାଜ୍ୟର ୧୭ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୯୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।