ଟ୍ରାକ୍ଟର ଚଳାଉଛନ୍ତି ସଲମାନ୍‌; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍‌

ମୁମ୍ବାଇ, (ଓଡିଶା ଟାଇମ୍‌); ବଲିଉଡରେ ଭାଇଜାନ୍ ଭାବେ ପରିଚିତ ସଲମାନ୍ ଖାନ୍ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ନଜର ଆସୁଛନ୍ତି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ସଲମାନ୍ ଏବେ ପନବେଲ୍ ସ୍ଥିତ ତାଙ୍କ ଫାର୍ମହାଉସରେ ରହୁଛନ୍ତି । ଏହି ଅବସରରେ ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଏକ କାଦୁଆ ଜମିରେ ଟ୍ରାକ୍ଟର ଚଳାଉଥିବା ନଜର ଆସୁଛନ୍ତି । ତାଙ୍କର ଭିଡିଓକୁ ମଧ୍ୟ ୟୁଜର୍ସ ଖୁବ୍ ପସନ୍ଦ କରିଛନ୍ତି ।

କିଛି ଦିନ ପୂର୍ବରୁ ସଲମାନ୍ ଖାନ୍ ସୋସିଆଲ୍ ମିଡିଆରେ ଏକ ଫଟୋ ଶେୟାର କରିଥିଲେ । ସେଥିରେ ସେ କାଦୁଅ ଲଟପଟ ହୋଇ ବସିଥିବା ନଜର ଆସୁଥିବା ବେଳେ କ୍ୟାପସନରେ ଲେଖିଥିଲେ ସବୁ କୃଷକ ମାନଙ୍କୁ ମୋର ପ୍ରଣାମ । ଏଥିରୁ ଜଣାପଡୁଛି ଯେ ସଲମାନ୍ ଏବେ ଫାର୍ମିଂ ପ୍ରତି ମନ ବଳାଇଛନ୍ତି । ଏଥିସହିତ ସେ ଅନୁଭବ କରି ପାରିଛନ୍ତି ଯେ ଚାଷ କରିବା କେତେ କଷ୍ଟକର କାମ ।

ଭାଇଜାନଙ୍କ ଏଭଳି ପୋଷ୍ଟକୁ ତାଙ୍କ ଫ୍ୟାନ୍ ମାନେ ଖୁବ୍ ପସନ୍ଦ ବି କରିଛନ୍ତି । ଏଥିସହିତ ତାଙ୍କ ପୋଷ୍ଟ ଗୁଡିକରେ ୟୁଜର୍ସ ମାନେ କମେଣ୍ଟ ମଧ୍ୟ କରୁଛନ୍ତି ।

ଲକଡାଉନ୍ ସମୟରେ ସଲମାନଙ୍କ ଦୁଇ ଦୁଇଟି ଗୀତ ଭିଡିଓ ରିଲିଜ ହୋଇଛି । ସେଥିରେ ‘ପ୍ୟାର କରୋନା’ ଓ ‘ତେରେ ବିନା’ ଭଳି ଦୁଇଟି ଗୀତକୁ ନିଜେ ଭାଇଜାନ୍ ଗାଇଛନ୍ତି । ତେରେ ବିନା ଗୀତରେ ସେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି ।

ସେହିପରି ‘ପ୍ୟାର କରୋନା’ ଗୀତ ଜରିଆରେ ସେ ଲୋକ ମାନଙ୍କୁ ମହାମାରୀ କରୋନା ଭାଇରସ୍ ପ୍ରତି ସଚେତନ କରିଛନ୍ତି । ଯାହାର ଲିରିକ୍ସ ସଲମାନ୍ ଖାନ୍ ଓ ହୁସେନ୍ ଦଲାଲ ଲେଖିଥିବା ବେଳେ କମ୍ପୋଜ କରିଛନ୍ତି ସାଜିଦ ୱାଜିଦ । ଅଭିରାଜ ମିନାୱାଲା ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ।

Leave a Reply

Your email address will not be published.