ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ

ପାରାଦୀପ, (ଓଡିଶା ଟାଇମ୍): ଆରମ୍ଭ ହେଲା ଉପକୁଳରେ ଦୁଇଦିନିଆ ସମରାଭ୍ୟାସ । ସାଗର କବଚ ଓଡି -୨୧ ନାମରେ ଚାଲିଛି ସମରାଭ୍ୟାସ । ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, କଷ୍ଟମ, ବନବିଭାଗ  ସାମିଲ ଏହି ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି ।ମତ୍ସ୍ୟ ବିଭାଗ, ଇମିଗ୍ରେସନ ଡିପାର୍ଟମେଣ୍ଟ ମଧ୍ୟ ସାମିଲ ହୋଇଛି । ବ୍ଲୁ ଓ ରେଡ୍ ଦୁଇଟି ଟିମ୍ ହୋଇ ଏହା ଚାଲିଛି ।

ଉପକୁଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ୍ ବାହିନୀ ଶତ୍ରୁ ପକ୍ଷ ହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୁଳ ମୁହାଁ ହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେବେ । ବ୍ଲୁ ବାହିନୀ ଉପକୁଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବାକୁ ପ୍ରସ୍ତୁତ । ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତି ବର୍ଷ କରାଯାଇଥାଏ  । କିଭଳି ଭାବେ ଜଳ ପଥ ଦେଇ ଉପକୂଳକୁ କେହି ଅନୁପ୍ରବେଶକାରୀ  ପଶି ନଯିବେ ସେନେଇ ସମସ୍ତ ବିଭାଗକୁ ସଚେତନତା କରିବା ଏହି ସମରାଭ୍ୟାସର ମୂଳ ଲକ୍ଷ୍ୟ ବୋଲି କୁହଯାଏ ।

Leave a Reply

Your email address will not be published.