ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ଜିଲ୍ଲା ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ସଦର ରେଞ୍ଜର ଗୌରୀ ଶଙ୍କର ଦାଶଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଡିଏଫଓ ଡ.ସଂଜୀତ କୁମାର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଯୁଜୁମୁରା ରେଞ୍ଜରେ ୩ ମାସରେ ୪ଟି ହାତୀର ମୃତ୍ୟୁ ହୋଇଥିଲା । ଫଳରେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ସେହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published.