ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଲେ ସାବିତ୍ରୀ ରଥ
କଟକ , (ଓଡିଶା ଟାଇମ୍) : ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସାବିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି । ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା । କଲେଜିୟମ ପକ୍ଷରୁ ଜଷ୍ଟିସ ସାବିତ୍ରୀଙ୍କ ନାମ ସୁପାରିଶ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ । ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ୟ୍ୟ କରିବେ । ତାଙ୍କ ପୂର୍ବରୁ ଜଷ୍ଟିସ ଅମିୟ କୁମାରୀ ପାଢ଼ୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ସମ୍ମାନଜନକ ପଦବୀ ଅଳଂକୃତ କରିସାରିଛନ୍ତି । ଗତ ଜାନୁୟାରୀରେ ସୁପ୍ରିମକୋର୍ଟ କଲିଜିୟମ୍ କେନ୍ଦ୍ର ସରକାରଙ୍କୁ ସୁଶ୍ରୀ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଲାଗି ସୁପାରିସ କରିଥିଲେ ।