ଆଜି ସାବିତ୍ରୀ ଅମାବାସ୍ୟା ,ଏଥର ସବୁ ଫିକା ଫିକା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳାମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ସାବିତ୍ରୀରେ ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳର ପୂଜାର୍ଚ୍ଚନା କରିବାର ବିଧି ରହିଛି। କିମ୍ବଦନ୍ତୀ ଅନୁସାରେ ଏହି ଦିନ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜାଙ୍କ ସହ ଲଢି ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିଲେ । ତେଣୁ ଏହି ଦିନ ସଧବା ସ୍ତ୍ରୀମାନେ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। ଆଜି ମହିଳାମାନେ ମନ୍ଦିର ଯାଇ କିମ୍ବା ଘରେ ପୂଜାର୍ଚ୍ଚନା କରିବା ସହ ନିଜ ସ୍ୱାମୀଙ୍କର ଶୁଭ ମାନାସୀଥାନ୍ତି।

କିନ୍ତୁ ସାରା ଦେଶରେ କରୋନାକୁ ନେଇ ଲକଡାଉନ ଲାଗୁଥିବାରୁ ଚଳିତ ବର୍ଷ ଏହି ବ୍ରତ ଟିକେ ଫିକା ପଡିଛି । ମନ୍ଦିରରେ ଭିଡ ହେବାକୁ ନେଇ ପୂର୍ବରୁ ବହୁ କଟକଣା ଲଗାଇସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପୂଜାର୍ଚ୍ଚନା ପାଇଁ କେହି ବି ମନ୍ଦିରକୁ ଯାଇ ପାରିବେ ନାହିଁ । ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ବିଭିନ୍ନ ମନ୍ଦିରରେ କଡା କଟକଣା ଲାଗୁ ହୋଇଛି । ସାବିତ୍ରୀ ବ୍ରତର ଭିଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.