ମାଳଦ୍ବୀପକୁ ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବ ଭାରତ

ମାଲେ , (ଓଡିଶା ଟାଇମ୍) : ଭାରତ ସର୍ବଦା ମାଳଦ୍ବୀପର ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ରହିବ ବୋଲି ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରବିବାର କହିଛନ୍ତି। ଭାରତ ମାଳଦ୍ବୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ଲାଗି ଦୁଇଦେଶ ମଧ୍ୟରେ ହୋଇଥିବା ବୁଝାମଣାପତ୍ରରେ ସ୍ବାକ୍ଷର କରିଛି ବୋଲି ସେ କହିଛନ୍ତି।

ଏହି ଗସ୍ତ ସମୟରେ ଜୟଶଙ୍କର ମାଳଦ୍ବୀପ ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଦିଦିଙ୍କୁ ଭେଟିଛନ୍ତି। ଏ ନେଇ ଟ୍ବିଟ୍‌ ଜୟଶଙ୍କର ସୂଚନା ଦେବା ସହିତ ମାରିୟା ଦିଦିଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ହୋଇଥିବା କହିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଦୁଇ ଦେଶ ଭିତରେ ଉପଯୋଗୀ ଆଲୋଚନା ହୋଇଛି ବୋଲି ଜୟଶଙ୍କର କହିଛନ୍ତି।

ଜୟଶଙ୍କର ଆହୁରି କହିଛନ୍ତି ଯେ, ୟୁଟିଏଫ ହାର୍ବର ପ୍ରକଳ୍ପ ବୁଝାମଣାରେ ସ୍ବାକ୍ଷର କରିଥିବାରୁ ଖୁସି ଅନୁଭବ କରୁଛି। ଏହାଦ୍ବାରା ମାଳଦ୍ବୀପର ତଟରକ୍ଷକ କ୍ଷମତା ବୃଦ୍ଧି ପାଇବ ଏବଂ ଆଞ୍ଚଳିକ ଏଚଏଡିଆର ପ୍ରକଳ୍ପକୁ ସହାୟତା ମିଳିବ। ବିକାଶରେ ସହଯୋଗ, ସୁରକ୍ଷାରେ ବି ସହଯୋଗ ବୋଲି ଜୟଶଙ୍କର ଟ୍ବିଟ୍‌ରେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *