ଖାରକିଭ୍‌ରେ ଋଷ ଜେନେରାଲଙ୍କୁ ମାରିଛୁ’ : ୟୁକ୍ରେନ କଲା ବଡ ଦାବି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଋଷ ଓ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଛି । ଉଭୟ ଯୁଦ୍ଧ ବିରାମ ପାଇଁ ରାଜି ନାହାଁନ୍ତି । ତେବେ କିଛି ସହରରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏହାସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ପହଁଚିଛି । ଏହାମଧ୍ୟରେ ୟୁକ୍ରେନ ଏକ ବଡ ଦାବି କରିଛି ।

ୟୁକ୍ରେନ ସେନା ଦାବି କରିଛି ଯେ, ସେମାନେ ଖାରକିଭରେ ଋଷିଆର ଜଣେ ଜେନେରାଲଙ୍କୁ ନିପାତ କରିଛନ୍ତି । ତେବେ ସେ କୌଣସି ସାଧାରଣ ଜେନେରାଲ ନୁହେଁ ବରଂ ଜଣେ ଉଚ୍ଚପଦସ୍ଥ ଅଧିକାରୀ । ତେବେ ଋଷ ଏବାବଦରେ କିଛି ସୂଚନା ଦେଇନାହିଁ ।

ୟୁକ୍ରେନ ତରଫରୁ କୁହାଯାଇଛି ଯେ, ଖାରକିଭରେ ପ୍ରାଣ ହରାଇଥିବା ଋଷିଆ ଜେନେରାଲ ହେଲେ  ବିଟେଲୀ ଗେରାମିସୋବ । ଏହି ଜେନେରାଲ କ୍ରିମିୟା ଓ ଚେଚନ ବିରୋଧି ଯୁଦ୍ଧରେ ସାମିଲ ହୋଇଥିଲେ । ଏପରିକି ସିରିୟା ବିରୋଧରେ ମଧ୍ୟ ସେ ଯୁଦ୍ଧ ଲଢିଛନ୍ତି ।

Leave a Reply

Your email address will not be published.