ବସକୁ ସାଢେ ୫ ଲକ୍ଷ ଟଙ୍କାର ଜରିମାନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର ଆଞ୍ଚଳିକ ପରିବହନ ବା ଆରଟିଓ ଭୁବନେଶ୍ବର -୨ ପକ୍ଷରୁ ବୁଧବାର ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା କରାଯାଇଥିବା ଜଣାପଡ଼ିଛି। ୨୦୧୯ ମେ’ ମାସରୁ ଏଯାଏଁ  ଏମଭି ଟ୍ୟାକ୍ସ ଦେଇ ନ ଥିବାରୁ ଆରଟିଓ ଭୁବନେଶ୍ବର -୨  ପଷରୁ ଏହି ଜରିମାନା କରାଯାଇଛି। ଟ୍ୟକ୍ସ ସହ ମୋଟ ଜିରାମାନ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା କରାଯାଇଛି। ବସଟିର ବୈଧ ଷ୍ଟେଜ କ୍ୟାରେଡ ପରମିଟ୍ ନ ଥିବା ସୂଚନା ମିଳିଛି।

ତେବେ ବସଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା । ୨୦୧୯ ମେ’ ମାସରୁ ଏମଭି ଟ୍ୟାକ୍ସ ଦେଇନଥିବାରୁ ଲାଗିଛି ଏହି ଜରିମାନା ।

Leave a Reply

Your email address will not be published. Required fields are marked *